ସମ୍ବଲପୁର ମ୍ୟୁନିସିପାଲଟି: ସଙ୍ଗଠନ ସୃଜନ ଅଭିଯାନକୁ ଜିଲ୍ଲା କଂଗ୍ରେସ ଅଫିସରେ କାର୍ଯ୍ୟକ୍ରମ ଅନୁଷ୍ଠିତ
ସଙ୍ଗଠନ ସୃଜନ ଅଭିଯାନକୁ ସମ୍ବଲପୁର ଜ଼ିଲ୍ଲାର ରେଢ଼ାଖୋଲ, କୁଚିଣ୍ଡା, ରେଙ୍ଗାଲି ଏବଂ ସମ୍ବଲପୁର ନିର୍ବାଚନ ମଣ୍ଡଳୀ ରେ ସଫଳ କରିଥିବାରୁ ଡିସିସି ପକ୍ଷରୁ ସମସ୍ତ କର୍ମୀ ଓ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି କଂଗ୍ରେସ ଡିସିସି ସଂଯୋଜକ l ଏହି ମର୍ମରେ ଆଜି ଏକ ସ୍ୱତନ୍ତ୍ର ବୈଠକ ସ୍ଥାନୀୟ କଂଗ୍ରେସ ଭବନ ରେ ସନ୍ଧ୍ୟା ୭ ଘଟିକା ସମୟରେ ଅନୁଷ୍ଠିତ ହୋଇଥିଲା I ଡିସିସି ଜ଼ିଲ୍ଲା ସଂଯୋଜକ ଦୁର୍ଗା ପାଢ଼ୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକ ରେ "ସଙ୍ଗଠନ ସୃଜନ ଅଭିଯାନ" କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିବା ଓ ଏହାକୁ ସହଯୋଗ କରିଥିବା ଜିଲ୍ଲାର ସମସ୍ତ କଂଗ୍ରେସ କର୍ମୀ