ଦଶପଲ୍ଲା: ଏନଏସି ଅନ୍ତର୍ଗତ ତ୍ରିନାଥ ବଜାର ବିଜେଡି କାର୍ଯ୍ୟାଳୟରେ ବିଜୁ ପଟ୍ଟନାୟକଙ୍କ ୨୭ତମ ତିରୋଧାନ ଦିବସ ପାଳିତ
ଦଶପଲ୍ଲା ଏନଏସି ଅନ୍ତର୍ଗତ ତ୍ରିନାଥ ବଜାର ବିଜେଡି କାର୍ଯ୍ୟାଳୟରେ ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୨୭ତମ ତିରୋଧାନ ଦିବସ ବୁଧବାର ଅପରାହ୍ନ ୧ ଟା ସମୟରେ ପାଳିତ ହୋଇଯାଇଛି। ଇତ୍ୟବସରରେ ଦଶପଲ୍ଲା ବିଧାୟକ ତଥା ନୟାଗଡ ଜିଲ୍ଲା ବିଜେଡି ସଭାପତି ରମେଶ ଚନ୍ଦ୍ର ବେହେରା ୩ଗୋଟି ବ୍ଲକର ଅଧ୍ୟକ୍ଷା,ଏନ ଏ ସି ଅଧ୍ୟକ୍ଷା ପୁନମ ପ୍ରିୟଦର୍ଶିନୀ,ଉପାଧ୍ୟକ୍ଷ କିଶୋର ଚନ୍ଦ୍ର ଦାସ, ସାଂସଦଙ୍କ ପ୍ରତିନିଧି ଶେଷଦେବ ସ୍ୱାଇଁ, ଗଣିଆ ବ୍ଲକ ର ପୂର୍ବତନ ଅଧ୍ୟକ୍ଷ ସଦାଶିବ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ l