କାର ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ, କ୍ଷତିପୂରଣ ଦାବିରେ ଉତ୍ୟକ୍ତ ଲୋକଙ୍କ ଜାତୀୟ ରାଜପଥ ଅବରୋଧ ବଲାଙ୍ଗୀର ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥ ନିକଟ ଚଉରିଆ ପଦର ନିକଟରେ ଆଜି ଏକ କାର ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ଯୁ ହୋଇଥିଲା | ଦୁର୍ଘଟଣାରେ ସାଇକେଲ ଚାଳକଙ୍କ ଘଟଣା ସ୍ଥଳରେ ମୃତ୍ଯୁ ହୋଇଥିବା ବେଳେ କ୍ଷତି ପୂରଣ ଦାବିରେ ଉତ୍ୟକ୍ତ ଲୋକେ ଜାତୀୟ ରାଜପଥକୁ ଅବରୋଧ କରିଥିଲେ | ମୃତକ ଜଣକ ହେଲେ ଚଉରିଆ ପଦର ଗ୍ରାମର ଲିଙ୍ଗରାଜ ମେହେର | ସୂଚନା ଅନୁସାରେ ଆଜି ଅପରାହ୍ନ ୪ଟାରେ ଲିଙ୍ଗରାଜ ଏକ ସାଇକେଲ ଯୋଗେ ଶନିବାର ଦହ୍ୟା ସାପ୍ତାହିକ ବଜାରକୁ ପରିବ