ଏନ୍ଆଇଟି ରାଉରକେଲାରେ ବହୁ ଗୁରୁତ୍ୱପୂର୍ଣ୍ଣ ଢାଞ୍ଚାଗତ ପ୍ରକଳ୍ପର ଉଦ୍ଘାଟନ କଲେ ଶିକ୍ଷାମନ୍ତ୍ରୀ । ମାନ୍ୟନୀୟ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଏହି ପ୍ରକଳ୍ପଗୁଡ଼ିକର ଉଦ୍ଘାଟନ କରିଛନ୍ତି । ଏହି ପ୍ରକଳ୍ପରେ ମୋଟ୍ ୨୦୦ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ ହେବ । ଏହି ଅବସରରେ ଏକ ଆଧୁନିକ ଇଣ୍ଡୋର୍ ସ୍ପୋର୍ଟସ୍ କମ୍ପ୍ଲେକ୍ସ ଓ ହଜାରେ ଆସନ ବିଶିଷ୍ଟ ଓପନ୍ଏୟାର୍ ଥିଏଟର ଉଦ୍ଘାଟିତ ହୋଇଛି । ଏଥିସହ ଆଉ ୩ଟି ବଡ଼ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି ।