ଓରିଏଣ୍ଟ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଜନ୍ମଦିନ ଉପଲକ୍ଷେ ଝାରସୁଗୁଡା ଜିଲ୍ଲା ଲଖନପୁରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଜନ୍ମଦିନ ଉପଲକ୍ଷେ ଝାରସୁଗୁଡା ଜିଲ୍ଲା ଲଖନପୁରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ଆଜି ପୂର୍ବାହ୍ନ ୧୦ ଟା ରୁ ୧୧ ଟା ୩୦ ଯାଏଁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଲଖନପୁର ବିଡ଼ିଓ ବିନୟ ପଟେଲ, ଲଖନପୁର ସରପଞ୍ଚ ଆରତୀ ପ୍ରଧାନ ଙ୍କ ସହ ଲଖନପୁର ବ୍ଲକ ସ୍ତରୀୟ ଅଧିକାରୀ, ସ୍ଥାନୀୟ ବାସିନ୍ଦା ଉପସ୍ଥିତ ରହି ବୃକ୍ଷରୋପଣ କରିବାସହ ପ୍ରଧାନମନ୍ତ୍ରୀ ଙ୍କ ଆଦର୍ଶରେ ସ୍ୱଚ୍ଛତା, ସ୍ୱଦେଶୀ ଏବଂ ସ୍ୱାବଲମ୍ବୀ ହେବା ଉପରେ ଗୁରୁତ୍ୱ ଦେବା ପାଇଁ ଆହ୍ୱାନ ଦେଇଛନ୍ତି l