ସୋର: ଲିଙ୍ଗପଡା ଗ୍ରାମରେ ଯୁବତୀଙ୍କ ଗଳାକାଟି ହତ୍ୟା ଘଟଣା, ଅଭିଯୁକ୍ତକୁ ନେଇ ସିନ ରିକ୍ରିଏସନ ସହ ହତ୍ୟାରେ ବ୍ୟବହୃତ ଛୁରୀକୁ ଜବତ କଲା ପୋଲିସ
Soro, Balasore | Mar 3, 2025 ସୋର ପୌରପାଳିକା ଲିଙ୍ଗପଡା ଗ୍ରାମରେ ଯୁବତୀଙ୍କ ଗଳାକାଟି ହତ୍ୟାଘଟଣାରେ ପୁଲିସ ଅଭିଯୁକ୍ତକୁ ଧରି ସିନ ରିକ୍ରିଏସନ କରି ହତ୍ୟାରେ ବ୍ୟବହୃତ ଛୁରୀକୁ ଜବତ କରିଛି।ଗତ ୨୪ ତାରିଖରେ ଲିଙ୍ଗପଡା ଗ୍ରାମର ଜ୍ୟୋତିର୍ମୟୀ ରଣା ଙ୍କୁ ତାଙ୍କ ପ୍ରେମିକ ବିଶ୍ୱରଞ୍ଜନ ପୁହାଣ ପ୍ରେମରେ ବିଫଳ ହୋଇ ତାଙ୍କ ଗଳାକାଟି ହତ୍ୟା କରି ଫେରାର ହୋଇ ଯାଇଥିଲା। ପୁଲିସ ତାକୁ ଗତ ୨୬ ତାରିଖରେ ନିଜ ଗ୍ରାମ ଚୂଡ଼ାମଣି ଧଳସାହି ନିକଟ ଏକ ଜଙ୍ଗଲିଆ ସ୍ଥାନରୁ ଧରିଥିଲା। ତେବେ ଅଭିଯୁକ୍ତ ପୁଲିସକୁ ଦେଖି ବିଷ ପିଇ ଦେଇଥିଲା। ପୁଲିସ ତାକୁ ବାଲେଶ୍ୱର ମେଡିକାଲରୁ ଡ଼ିସଚାର୍ଜ ହେବା ପରେ ଗତକାଲି ଥାନାକୁ ଆଣିଥିଲା।