ମାଲକାନଗିରି: କୋରୁକୋଣ୍ଡା ସଦର ପୋଲିସ ଦ୍ୱାରା ତାରଲାକୋଟା ଘାଟି ନିକଟରୁ ୬୧୫ କିଲୋ ଗଞ୍ଜେଇ ସମେତ ଏକ ଟ୍ରକ ଜବତ, ୨ ଗିରଫ
ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ପୋଲିସକୁ ମିଳିଛି ଏକ ବଡ ସଫଳତା। ଦୁଇ ଜଣ ବ୍ୟକ୍ତିବଲ ଏକ ଟ୍ରକ ଯୋଗେ ବେଆଇନ ଭାବେ ବାହାର ରାଜ୍ୟକୁ ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ପୋଲିସ ହାବୁଡ଼ରେ ଧରା ପଡିଛନ୍ତି। ଆଜି ସନ୍ଧ୍ୟା ୬ଟା ସମୟରେ ଉକ୍ତ ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି କୋରୁକୋଣ୍ଡା ସଦର ପୁଲିସ। ପୋଲିସ ପକ୍ଷରୁ ମିଳିଥିବା ସୂଚନା ମୁତାବକ ବୁଧବାର ଅପରାହ୍ନ ପ୍ରାୟ ୨ ଟା ସମୟରେ କୋରୁକୋଣ୍ଡା ଥାନା ଅଧିକାରୀ ହିମାଂଶୁ ଶେଖର ବାରିକଙ୍କ ନେତୃତ୍ୱରେ ପୋଲିସର ଏକ ଟିମ ବାଲିମେଳା - ମାଲକାନଗିରି ମୁଖ୍ୟ ରାସ୍ତାର ତାର୍ଲାକୋଟା ଘାଟି ନିକଟରେ ପାଟ୍ରୋଲିଂ କରୁଥିବା ବେଳେ ବାଲିମେ