ସମ୍ବଲପୁର ମ୍ୟୁନିସିପାଲଟି: ସମ୍ବଲପୁର ରିଙ୍ଗ ରୋଡ଼ କଡ଼ରୁ ଏକ ବିଲୁଆ ଉଦ୍ଧାର
ସମ୍ବଲପୁର ରିଙ୍ଗ ରୋଡ଼ କଡ଼ରୁ ଏକ ବିଲୁଆ ଉଦ୍ଧାର l ସମ୍ବଲପୁର ଜ଼ିଲ୍ଲାପାଙ୍କ କାର୍ଯ୍ୟାଳୟ ପଛ ପଟେ ଥିବା ଏକ ଡ୍ରେନ ଭିତରେ ଗୋଟିଏ ବିଲୁଆ ପଡିଥିବାର ଦେଖିବାକୁ ମିଳିଥିଲା l ତୁରନ୍ତ ଅଗ୍ନିଶମ ବିଭାଗ ଓ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଥିଲେ l ତେବେ ବହୁ କଷ୍ଟ ରେ ବିଲୁଆ କୁ ଉଭୟ ବିଭାଗ ଧରିଥିଲେ l ତେବେ ବିଲୁଆ କୁ ଧରିବା ପରେ ବନ ବିଭାଗର ଏକ ସ୍ୱତନ୍ତ୍ର ଗାଡି ବିଲୁଆ କୁ ଏନକ୍ଲୋଜର ରେ ସମ୍ବଲପୁର ଯୁ କୁ ନେଇଥିଲେ l ସେଠାରେ ବିଲୁଆ ର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ ବୋଲି ବନ ବିଭାଗ କହିଛି l ତେବେ ସମ୍ବଲପୁର ରେ ବିଲୁଆ ଉଦ୍ଧାର ହେବା ଏହା ପ୍ରଥମ ଘଟଣା ବୋଲି ବନ ବିଭାଗ କହିଛି l