ଧରାକୋଟ: ରାଧାଦେଇପୁର ସେବା ସମବାୟ ସମିତି ଆଗରେ ସାର ପାଇଁ ଚାଷୀ ଙ୍କ ଲମ୍ବାଲାଇନ, ଚାଷୀ ଙ୍କ ମଧ୍ୟରେ ବଢୁଛି ଅସନ୍ତୋଷ
ସାର ପାଇଁ ରାତି ଆଧାରୁ ଚାଷୀ ଙ୍କ ଲମ୍ବା ଲାଇନ|ଖୋଲିନି ସେବା ସମବାୟ ର ତାଲା ପହଞ୍ଚି ନାହାଁନ୍ତି ସମ୍ପାଦକ|ସାର ପାଇଁ ଅପେକ୍ଷା କରି ରହିଛନ୍ତି ଶତାଧିକ ଚାଷୀ|ଯିଏ ଯାହା ପାରିଲା ଲମ୍ବା ଲାଇନ ରଖିଛନ୍ତି ଛତା ଜୋତା ଅଖା ପାଲ ପନି ପରିବା ଭଳି ଅନେକ କିଛି|ତେବେ ଏହି ଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ରାଧାଦେଇପୁର ସେବା ସମବାୟ ସମିତି କାର୍ଯ୍ୟଳୟ ସମ୍ମୁଖ ରେ | ସାର ମିଳିବ ବୋଲି ଆଶାରେ ଚାରି ରୁ ପାଞ୍ଚ ଦିନ ହେବ ଚାଷୀ ଏମିତି ଅପେକ୍ଷାରେ କରୁଥିବା ବେଳେ ସାର ନମିଳିବାରୁ ଚାଷୀ ନିରାଶ ହୋଇ ଫେରି ଯାଉଛନ୍ତି |