ବୌଦ୍ଧ ସଦର: ତରଭା ଗ୍ରାମ୍ୟ ଜଙ୍ଗଲର ଅନକାଢେଣ୍ଟି ଅଞ୍ଚଳରୁ ବ୍ୟାପକ ଗଞ୍ଜେଇ ଗଛକୁ କାଟିଲା ବୌଦ୍ଧ ପୋଲିସ୍
ମଙ୍ଗଳବାର ବୌଦ୍ଧ ଥାନା ବଘିଆପଡା ଫାଣ୍ଡି ଅନ୍ତର୍ଗତ ତରଭା ଗ୍ରାମ୍ୟ ଜଙ୍ଗଲରେ ପୋଲିସ ପକ୍ଷରୁ ଚଢାଉ କରାଯାଇ ବ୍ୟାପକ ଗଞ୍ଜେଇ ଚାଷକୁ ନଷ୍ଟ କରିଛି ବୌଦ୍ଧ ପୋଲିସ୍ l ମିଳିଥିବା ସୂଚନା ଅନୁଯାୟୀ ଉକ୍ତ ଅଞ୍ଚଳରେ ଗଞ୍ଜେଇ ଚାଷ ହୋଇଥିବା ସୂଚନା ପାଇ ଆରକ୍ଷୀ ଅଧୀକ୍ଷକ ରାହୁଲ୍ ଗୋୟଲଙ୍କ ନିର୍ଦ୍ଦେଶ କ୍ରମେ ବୌଦ୍ଧ ଥାନା ଓ ବଘିଆ ପଡା ଫାଣ୍ଡି ପୋଲିସ ପକ୍ଷରୁ ଚଢାଉ କରା ଯାଇଥିଲା l