ଜମନକିରା: ମା ଜଗତ ଜନନୀ ଙ୍କ ମେଲାଣି ସହ ଜମନକିରା ଓ କୁଚିଣ୍ଡା ଠାରେ ଚାଳିଥିବା ପ୍ରସିଦ୍ଧ ଦୁର୍ଗା ପୂଜା ଉଦଯାପିତ
ମା ଜଗତ ଜନନୀ ଙ୍କ ମେଲାଣି ସହ ଜମନକିରା ଓ କୁଚିଣ୍ଡା ଠାରେ ଚାଳିଥିବା ପ୍ରସିଦ୍ଧ ଦୁର୍ଗା ପୂଜା ଉଦଯାପିତ ହୋଇଯାଇଛି। ଶୁକ୍ରବାର ରାତି ପ୍ରାୟ ୮ ଟା ସମୟରେ ଜମନକିରା ଠାରେ ମା ଦୁର୍ଗା ଙ୍କ ଭସାଣୀ ଶୋଭାଯାତ୍ରା ଆୟୋଜିତ ହୋଇଥିବା ବେଳେ ଏହି ଉକ୍ତ ଶୋଭାଯାତ୍ରା ରେ ଶତାଧିକ ଭକ୍ତ ମାନେ ସାମିଲ ହୋଇଥିଲେ। ଏହି ଅବସର ରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସେହିପରି କୁଚିଣ୍ଡା ଠାରେ ଭସାଣୀ ଶୋଭାଯାତ୍ରା ଆୟୋଜିତ ହୋଇ ମାଙ୍କ ମୂର୍ତ୍ତି ବିସର୍ଜନ କରାଯାଇଥିଲା।