କୋରେଇ: କୋରେଇ ପୋଲିସ ପକ୍ଷରୁ ଏସବିଡି ସ୍କୁଲ ପରିସରରେ ସାଇବର ସୁରକ୍ଷା ଅଭିଯାନ-2025 କାର୍ଯ୍ୟକ୍ରମ ଅନୁଷ୍ଠିତ
Korai, Jajpur | Nov 4, 2025 କୋରେଇ ପୋଲିସ ପକ୍ଷରୁ ଏସବିଡି ସ୍କୁଲ ପରିସରରେ ସାଇବର ସୁରକ୍ଷା ଅଭିଯାନ-2025 କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି l ଥାନା ଅଧିକାରୀ ରାକେଶ କୁମାର ତ୍ରିପାଠୀଙ୍କ ନେତୃତ୍ୱରେ ଆୟୋଜିତ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମରେ ଏସଡିପିଓ ଲକ୍ଷ୍ମୀଧର ସ୍ୱାଇଁ ଓ ସ୍କୁଲ ଅଧ୍ୟକ୍ଷ ଦେବାଶିଷ ଦୀକ୍ଷିତ ଯୋଗଦେଇ କିଭଳି ସାଇବର ଠକେଇରୁ ସୁରକ୍ଷିତ ରହିବେ ଆଲୋଚନା କରିଥିଲେ l ବିଶେଷ ଭାବରେ ଯେଭଳି ଆଜି କାଲି ଫୋନ କୁ ବିଭିନ୍ନ ଲୋଭ ଦାୟକ ମ୍ୟାସେଜ ଆସୁଛି ଯାହାକୁ ଜାଣି ନପାରି ଲୋକ ମାନେ ଲିଙ୍କ ଖୋଲି ଲକ୍ଷଧିକ ଟଙ୍କାର ଠକେଇର ଶିକାର ହେଉଛନ୍ତି ଏହା ଏବେ ଚିନ୍ତାର ବିଷୟ ପାଲଟିଛି l