ଝାରସୁଗୁଡା: ବେଲପାହାଡ ପୌର ପରିଷଦ ସମ୍ମୁଖରେ ଧାରଣାଦେଲେ ନୁଆଁପଡା ଶିବ ଶକ୍ତି କ୍ଲବ ର ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ମହାନ୍ତି
ଝାରସୁଗୁଡା ଜିଲ୍ଲା ବେଲପାହାଡ ପୌର ପରିଷଦ ସମ୍ମୁଖରେ ଧାରଣାଦେଲେ ନୁଆଁପଡା ଶିବ ଶକ୍ତି କ୍ଲବ ର ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ମହାନ୍ତି l ଆଜି ସୋମବାର ପୂର୍ବାହ୍ନ ପ୍ରାୟ ୧୧ ଟା ରୁ ପ୍ରଶାନ୍ତ କୁମାର ମହାନ୍ତି ଧରଣା ଆରମ୍ଭ କରିବା ସହ କହିଛନ୍ତି ବେଲପାହାଡ ପୌରପରିଷଦ ୧୯ ନମ୍ବର ୱାର୍ଡ ଅନ୍ତର୍ଗତ ଶିବ ଶକ୍ତି କ୍ଳବ ରେ ଏକ କାମ କରିବାକୁ ତତ୍କାଳୀନ ବ୍ରଜରାଜନଗର ଏମଏଲଏ ୨ ଲକ୍ଷ୍ମ ୫୦ ହଜାର ଟାଙ୍କା ଅନୁଦାନ ଦେଇଥିଲେ l ହେଲେ ଏହି ଅନୁଦାନ ଅନ୍ୟତ୍ର ଖର୍ଚ୍ଚ କରିବା ପାଇଁ କିଛି ଲୋକ ସେମାନଙ୍କ ପ୍ରକଳ୍ପକୁ କରାଇ ଦେଉ ନାହାନ୍ତି l