ଦେବଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବିକାଶ ଭବନ ସମ୍ମିଳନୀ କକ୍ଷରେ ଜିଲ୍ଲା ସଡକ ସୁରକ୍ଷା କମିଟୀର ଏକ ବୈଠକ ଆଜି ସନ୍ଧ୍ୟା ପ୍ରାୟ ୬ ଟାରେ ଅନୁଷ୍ଠିତ ହୋଇଯାଇଛି । ଆଂଚଳିକ ପରିବହନ ଅଧିକାରୀ କେଶବ ଚନ୍ଦ୍ର ନାୟକଙ୍କ ଆବାହକତ୍ୱ ଏବଂ ଦେବଗଡ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅନୀଲ କୁମାର ମିଶ୍ର ଯୋଗଦେଇ ଜିଲ୍ଲାରେ କିଭଳି ଦୁର୍ଘଟଣା ଏବଂ ଦୁର୍ଘଟଣା ଜନିତ ମୃତ୍ୟୁ ରୋକାଯାଇପାରିବ ତା’ ଉପରେ ଗୁରୁତ୍ୱାରୋପ କରିଥିଲେ ।