ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅଂଚଳ ରେ ବୁଲିଲା ଗାୟତ୍ରୀ ରଥ l ହରିଦ୍ୱାର ରୁ ଏହି ରଥ ଆସିଥିବାବେଳେ ଆଜି ସକାଳ ୧୦ ଟା ରୁ ଅପରାହ୍ନ ୪ ଟା ଯାଏଁ ସାଗରପାଲି, ଠେବାର, ଭଅଁରଖୋଲ, ଡୁଡୁଗା, ବାଘମୁଣ୍ଡା ପରି ଲଖନପୁର ବ୍ଲକ ର ବିଭିନ୍ନ ଗ୍ରାମ ପରିକ୍ରମା କରିଛି l ମହିଳା ଏବଂ ଗ୍ରାମବାସୀ ମାନେ ରଥ କୁ ସ୍ୱାଗତ କରିବା ସହ ପୂଜାର୍ଚନା କରିଛନ୍ତି l ଗାୟତ୍ରୀ ରଥ ବୁଲିବା ସମୟରେ ଅଂଚଳରେ ଏକ ଭକ୍ତିମୟ ପରିବେଶ ଦେଖାଦେଇଥିଲା l