ଜିଲ୍ଲା ଆଇନ୍ ସେବା ପ୍ରାଧୀକରଣ ଝାରସୁଗୁଡ଼ା ପକ୍ଷରୁ ସୋମବାର ଦିନ ତିନିଟା ସମୟରେ ଏକ ସଚେତନତା କାର୍ଯ୍ୟକ୍ରମ କାତିକେଲା ଗ୍ରାମ ପଂଚାୟତ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ପରିବେଶ ସୁରକ୍ଷାର ବାର୍ତା ନେଇ "ଆଜିକୁ ସୁରକ୍ଷିତ ରଖିବା କାଲିପାଇଁ" ଶୀର୍ଷକ ପରିବେଶଗତ ଆଇନଗତ ସାକ୍ଷରତା ଏବଂ ସମ୍ପ୍ରଦାୟ ସୁରକ୍ଷାର ପ୍ରୟାସ ସମ୍ପର୍କିତ ଏହି ଆଇନ୍ ସଚେତନତା କାର୍ଯ୍ୟକ୍ରମ ରେ ସ୍ଥାୟୀ ଲୋକ ଅଦାଲତ (ଜନ ଉପଯୋଗୀ ସେବା) ର ଅଧ୍ୟକ୍ଷ ଅଶ୍ୱିନୀ କୁମାର ନାୟକ, ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ସଚିବ ଆଲୋକ ମୟୀ ପ୍ରଧାନ, ଝାରସୁଗୁଡ଼ା ବନାଞ୍ଚଳ ଅଧିକାରୀ ବିଜୟ କୁମାର ପ୍ରଧାନ ଓ ସ୍ଥାନୀୟ