ଗାଈ ଆକ୍ରମଣରେ ଜଣେ ବୃଦ୍ଧା ମହିଳା ଗୁରୁତର ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ସୂଚନା ମୁତାବକ ସମଲ ଥାନା ଅନ୍ତର୍ଗତ ଗହମ ଗ୍ରାମର ମାଲୁଣି ସାହୁ (୯୦) ଅପରାହ୍ନରେ ଘରେ ଗାଈକୁ ପାଳ ଖାଇବାକୁ ଦେଉଥିବା ବେଳେ ଗାଇଟି ଆକ୍ରମଣ କରିଥିଲା ଯାହା ଫଳରେ ଗାଈର ସିଙ୍ଗ ମାଲୁଣି ଙ୍କର ଆଖି ପାଖରେ ପସି ଯାଇଥିଲା ଯାହାଫଳରେ ସେ ଗୁରୁତର ହୋଇ ପରିବାର ଲୋକେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ଏଠାରେ ତାଙ୍କର ଚିକିତ୍ସିତ ହେଉଥିବା ଜଣାପଡିଛି।