ନର୍ଲା: ଗୌଡ଼ କର୍ଲାଖୁଣ୍ଟା ଠାରେ ଉଦଯାପିତ ହେଲା କୁସୁଲାପୁଞ୍ଜା ଡଙ୍ଗର ମହୋତ୍ସବ
କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ୍ ଅନ୍ତର୍ଗତ ଗୌଡ କର୍ଲାଖୁଣ୍ଟା ନିକଟସ୍ଥ କୁସୁଲାପୁଞ୍ଜା ପାହାଡ଼ର ପାଦଦେଶରେ ଗିରୀ ଗୋବର୍ଦ୍ଧନ ପୂଜା ଅବସରରେ ଆୟୋଜିତ ରାଜ୍ୟସ୍ତରୀୟ କୁସୁଲାପୁଞ୍ଜା ଡଙ୍ଗର ମହୋତ୍ସବ ଗୁରୁବାର ଅପରାହ୍ନରେ ଉଦଯାପିତ ହେଇ ଯାଇଚି। ଗତ ଚାରି ଦିନ ଧରି ଏହି ମହୋତ୍ସବ ଚାଲିଥିଲା। ଅଞ୍ଚଳର ବହୁ ଲୋକଙ୍କ ସମାଗମ ହେଇଥିଲା। ଏଥିରେ ମଦନପୁର ରାମପୁର ବିଡ଼ିଓ ଶରତ ଚନ୍ଦ୍ର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ମହୋତ୍ସବ ପାଳନ ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିଲା।