ବଡଚଣା: ନବନୀତ ହୋଟେଲ ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୨ ମୃତ ଓ ଜଣେ ଗୁରୁତର
୧୬ନମ୍ବର ଜାତୀୟ ରାଜପଥରେ ବଡ଼ଚଣା ଥାନା ନିକଟସ୍ଥ ନବନୀତ ହୋଟେଲ ସାମ୍ନାରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା l ସୂଚନା ଅନୁଯାୟୀ,ରବିବାର 9ଟା ସମୟରେ ଏକ ବାଇକ୍ ଓ ଅଜଣା ଗାଡ଼ି ମଧ୍ୟରେ ଧକ୍କା ହେବା ଫଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ଦୁଇ ଜଣ ବାତୁଅ ଗ୍ରାମର ବୋଲି ଜଣାପଡ଼ିଛି। ଆହତ ବ୍ୟକ୍ତିଙ୍କୁ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଖବର ପାଇ ସ୍ଥାନୀୟ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।