ସ୍ଥାନୀୟ ଓଡ଼ିଶା ସାଂସ୍କୃତିକ ସମାଜ ସଭାଗୃହରେ ଜ୍ୟୋତି ପକ୍ଷରୁ "ବିଶ୍ବ ଭିନ୍ନକ୍ଷମ ଦିବସ"ପାଳିତ ହୋଇଯାଇଅଛି। ଏହି ସଭାରେ ବରିଷ୍ଠ ସାମ୍ବାଦିକ ଅର୍ଜୁନ ରଞ୍ଜନ ପଣ୍ଡା ମୂଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ l ବିଇଡି ଟ୍ରେନିଂ କଲେଜର ପୂର୍ବତନ ଅଧ୍ୟକ୍ଷା ଡ଼ଃ ନିରୁପମା ବଡ଼ପଣ୍ଡା ମୂଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ l ଭିନ୍ନକ୍ଷମ ଦିବସ ପାଳନ ଅବସରରେ, ଦୁଇ ଜଣ ଭିନ୍ନକ୍ଷମ ପ୍ରତିଭାବାନ ବ୍ୟକ୍ତିଙ୍କୁ "ଜ୍ୟୋତିଶ୍ରୀ" ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ଏକ ମାନସିକ ଭିନ୍ନକ୍ଷମଙ୍କ ଉପଯୋଗୀ "ଅନନ୍ୟା" ପୁସ୍ତକ ଉନ୍ମୋଚିତ କରାଯାଇଥିଲା ।