ଆନନ୍ଦପୁର: ଶାସଙ୍ଗ ଠାରେ ରାଜ୍ଯ ସ୍ତରୀୟ ସାରସ୍ଵତ ସମାରୋହ, ଯୋଗଦେଲେ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି,
ଶାସଙ୍ଗ ଠାରେ ରାଜ୍ଯ ସ୍ତରୀୟ ସାରସ୍ଵତ ସମାରୋହ ଅନୁଷ୍ଠିତ ହୋଇଯାଇଛି। ହାଟଡ଼ିହି ବ୍ଲକ ସାହିତ୍ୟ ଘର ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ପ୍ରାପ୍ତ ଲେଖିକା ଡ.ଶକୁନ୍ତଳା ବଳିୟାର ସିଂ ମୁଖ୍ୟ ବକ୍ତା ଭାବେ ସାହିତ୍ୟ ଚର୍ଚ୍ଚାର ସମ୍ପାଦକ ନିହାର ଶତପଥୀ, ସ୍ୱତନ୍ତ୍ର ଅତିଥି ଭାବେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ପ୍ରାପ୍ତ ଶିଶୁସାହିତ୍ୟିକ ଡ଼ ରାମଚନ୍ଦ୍ର ନାୟକ ପ୍ରମୁଖ ଯୋଗଦେଇ ଓଡ଼ିଆ ଭାଷା ସାହିତ୍ୟ ର ପ୍ରଚାର ପ୍ରସାର ଉପରେ ମତବ୍ୟକ୍ତ କରିଥିଲେ। ଦିନ୧୧ଟାରୁ ଅପରାହ୍ଣ୫ଟା ପର୍ଯ୍ୟନ୍ତ ଏହି ସମାରୋହ ଅନୁଷ୍ଠିତ ହୋଇଥିଲା।