ଭବାନୀପାଟଣା “ଲାର୍ଜ ଏକ୍ସେସ୍” ବର୍ଷା ଜୋନରେ ଭବାନୀପାଟଣା – ପୋଷ୍ଟ ମନସୁନ୍ ଋତୁରେ ଭବାନୀପାଟଣାରେ ସାଧାରଣଠାରୁ ବେଶି ବର୍ଷା ହୋଇଛି । ମେଟିଓରୋଲଜିକାଲ ସେଣ୍ଟର ଭୁବନେଶ୍ୱର ଦ୍ୱାରା ଜାରି ତଥ୍ୟ ଅନୁସାରେ, କଳାହାଣ୍ଡି ଜିଲ୍ଲାରେ ୨୦୮.୪ ମିଲିମିଟର ବର୍ଷା ରେକର୍ଡ ହୋଇଛି, ଯାହା ସାଧାରଣରୁ ୧୫୮ ପ୍ରତିଶତ ଅଧିକ । ଏହି କାରଣରୁ ଭବାନୀପାଟଣାକୁ “ଲାର୍ଜ ଏକ୍ସେସ୍” ବର୍ଷା ଜୋନରେ ରଖାଯାଇଛି । ଅଧିକ ବର୍ଷା ଫଳରେ କୃଷି ଚାଷ ଓ ଜଳସଂଚୟ ଅଞ୍ଚଳରେ ସକାରାତ୍ମକ ପ୍ରଭାବ ଦେଖାଯାଇଛି ।