ମ.ରାମପୁରର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବୃନ୍ଦାବନ ପ୍ରହରା ବର୍ଷ ବୟସରେ ଆଜି ମଙ୍ଗଳବାର ସନ୍ଧ୍ୟା ଆଠ ଘଂଟା ସମୟରେ ପରଲୋକ ହେଇଯାଇଛି ।ସେ ନିଜର ଶିକ୍ଷକତା ଜୀବନ କଳାହାଣ୍ଡି ଜିଲ୍ଲା ର ବିଭିନ୍ନ ବିଦ୍ୟାଳୟରେ ଶିକ୍ଷକତା କରିଥିଲେ । ଜଣେ ଆଦର୍ଶ ଶିକ୍ଷକ ଭାବରେ ଅଂଚଳରେ ତାଙ୍କରି ଖ୍ୟାତି ରହିଥିଲା । ସେ ଶିକ୍ଷକତା ସମେତ ଜଣେ ବାଗ୍ମୀ ଭାବରେ ପରିଚିତ ଥିଲେ । ଯୁଗଯାତ୍ରୀ ସାହିତ୍ୟ ସଂସଦ ସହିତ ବିଭିନ୍ନ ଅନୁଷ୍ଠାନ ସହିତ ଜଡ଼ିତ ରହିଥିଲେ । ତାଙ୍କରି ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଥିବାବେଳେ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କରି ବାସଭବନରେ ପହଂଚି ଶେଷ ଦର୍ଶନ କରିଛନ୍ତି।