ଆଜି ବୁଧବାର କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଗସ୍ତରେ ଓଡିଶା ଅନୁସୂଚିତ ଜାତି ଓ ଜନଜାତି ଅଧ୍ୟକ୍ଷ ଆଶିଷ କୁମାର ମହାନ୍ତି ଆସି ବିଭିନ୍ନ ସ୍ଥାନ ପରିଦର୍ଶନ କରିଛନ୍ତି। ଶ୍ରୀ ମହାନ୍ତି ପ୍ରଥମେ ଲାଞ୍ଜିଗଡ଼ ବ୍ଲକ ଲାଞ୍ଜି ଗ୍ରାମରେ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ୍ୟ ଯୋଜନାରେ ସ୍କୁଲ ଗୃହ,ସିସି ରୋଡ,ପାଣି ଟାଙ୍କି, ସୋଲାର ଲାଇଟ ବୁଲି ଦେଖିଥିଲେ। ଏହାପରେ ଶ୍ରୀ ମହାନ୍ତି ଛତ୍ରପୁର ଓ ବାଣିପଙ୍ଗା ଗସ୍ତକରି ଅନୁସୂଚିତ ଜାତି ଓ ଜନଜାତି ଜନଜାତି ବିଦ୍ୟାଳୟ ପରିଦର୍ଶ କରିଛନ୍ତି।