କଣ୍ଟାମାଳ: ଉମା ଓ ସାହାଯପିଟା ଗ୍ରାମରେ ଚଢ଼ାଉ ମହୁଲ ପୋଚ ସହ ମଦ ଜବତ,
ମହୁଲ ପୋଚ ସହ ମଦ ଜବତ, କଣ୍ଟାମାଳ ଅବକାରୀ ବିଭାଗ ପକ୍ଷରୁ ଦୁଇଟି ପୃଥକ ସ୍ଥାନରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ମହୁଲ ପୋଚ ସହ ମଦ ଜବତ କରିଥିବା ଜଣା ପଡିଛି | ସୂଚନା ଅନୁସାରେ ଅବକାରୀ ବିଭାଗ ପକ୍ଷରୁ ଘଣ୍ଟାପଡା ଥାନା ଉମା ଗ୍ରାମ ନିକଟରେ ଦେଶୀ ମଦ ପ୍ରସ୍ତୁତି ଚାଲିଥିବା ନେଇ ଖବର ପାଇ ଚଢ଼ାଉ କରି ବୁଦ୍ଧ ସାହୁ ନିକଟରୁ ୭ ଲିଟର ଦେଶୀ ମଦ ଜବତ କରିଛି | ସେହିପରି ଅବକାରୀ ଟିମ ପକ୍ଷରୁ ଘଣ୍ଟାପଡା ଥାନା ସାହାଜପିଟା ଗ୍ରାମ ନିକଟସ୍ଥ ନାଳରେ ଚଢ଼ାଉ କରି ୩୫୦ କେଜି ମହୁଲ ପୋଚ ନଷ୍ଟ କରିଛି | ମଦ ମାଫିଆକୁ ନୋଟିସ ଦେଇ ଛାଡି ଦିଆ ଯାଇଥିବା ଅବକାରୀ ଅଧିକାରୀ