ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ପ୍ରାଥମିକ ଶିକ୍ଷକଙ୍କ ବିଭିନ୍ନ ସମସ୍ୟା ଓ ଆଗାମୀ ଆନ୍ଦୋଳନ ନିମନ୍ତେ ଶ୍ରମିକ ଭବନରେ ସଭାପତି ବ୍ରହ୍ମାନନ୍ଦ ମହାରଣାଙ୍କ ସାମ୍ବାଦିକ ସମ୍ମିଳନୀ
ଭୁବନେଶ୍ୱରରେ ଓଡ଼ିଶା ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘର ସାମ୍ବାଦିକ ସମ୍ମିଳନୀ । ୨୦ ତାରିଖରେ ବିଭିନ୍ନ ଦାବି ନେଇ ବିଧାନସଭା ଘେରିବ ପ୍ରାଥମିକ ଶିକ୍ଷକ ସଂଘ । ଅନ୍ୟ ବିଭାଗ ଭଳି ପ୍ରାଥମିକ ଶିକ୍ଷାରୁ ସ୍କିମାଟିକ ନିଯୁକ୍ତି ବିତିଲା କରି ଖାଲି ପଡ଼ିଥିବା ପଦରେ ନିୟମିତ ଶିକ୍ଷକ ନିଯୁକ୍ତି କରାଯାଉ ।ନିଯୁକ୍ତି ପାଇଥିବା ସ୍କିମାଟିକ ଶିକ୍ଷକମାନଙ୍କୁ ତୁରନ୍ତ ନିୟମିତ କରାଯାଉ । ୮ ଓ ୬ ବର୍ଷ ସ୍ବେଚ୍ଛାସେବୀ ଶିକ୍ଷାସହାୟକ, କନିଷ୍ଠ ଶିକ୍ଷକ କାର୍ଯ୍ୟକାରୀ ଙ୍କୁ ନୋମିନାଲ ଇନକ୍ରିମେଣ୍ଟ ଦେଇ ମୂଳ ଚାକିରିରେ ଗଣନା କରାଯାଉ ବୋଲି ସେମାନଙ୍କ ଦାବି ରହିଛି |