ସମ୍ବଲପୁର ମୁନସିପାଲ ପକ୍ଷରୁ ୱାର୍ଡ ନଂ ୨୨ ରେ ମାଳିପଡା ରେଲୱେ ଫାଟକ ନିକଟରେ ଡ୍ରେନ୍ ନିର୍ମାଣ କରିଥିବାରୁ ମୋଦି ପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଞ୍ଚଳର ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଉକ୍ତ ଡ୍ରେନରେ ପାଣି ନିଷ୍କାସନ ନହେବା ଫଳରେ ଲୋକେ ବାରମ୍ବାର ଅଭିଯୋଗ ସତ୍ବେ କର୍ଣ୍ଣପାତ କରୁନଥିବା ଅଭିଯୋଗ ରେ ଆଜି ଅପରାହ୍ନ ୪ଟା ସମୟରେ ମୁଖ୍ୟମନ୍ତ୍ରୀଙ୍କ ଟୁଇଟର ମାଧ୍ୟମରେ ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା।