ଶୁକ୍ରବାର ଦିନ ବୁଦେଲକାନି ଗ୍ରାମ ରେ ବିର ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ପାଳିତ ହୋଇ ଥିବା ବେଳେ ଏଥିରେ ସମ୍ବଲପୁର ଜିଲ୍ଲା ପରିଷଦ ସଭାନେତ୍ରୀ କୁମୁଦିନୀ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିର୍ସା ମୁଣ୍ଡାଙ୍କ ଜୀବନୀ ବ୍ୟାଖ୍ୟା କରିଥିଲେ। ସମ୍ମାନିତ ଅତିଥି ଭାବେ କୁଚିଣ୍ଡା ବ୍ଲକ ଅଧ୍ୟକ୍ଷ ଭୁବନେଶ୍ୱର କିସାନ ଓ ଜିଲ୍ଲା ପରିଷଦ ସଭ୍ୟା ତନୟା ଧୁରୁଆଙ୍କ ସମେତ ମୁଣ୍ଡା ସମାଜର କମିଟି ସଦସ୍ୟ ମାନେ ଯୋଗ ଦେଇ ବିର୍ସା ମୁଣ୍ଡାଙ୍କ ଦେଶ ପ୍ରତି ଅବଦାନ ସମ୍ପର୍କରେ ମତ ବ୍ୟକ୍ତ କରିଥିଲେ। ଏହି ଅବସର ରେ ବିଭିନ୍ନ ସାଂସ୍କୃତିକ ଓ ପାରମ୍ପରିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।