ସମ୍ବଲପୁର ଲୋକ ମୋହତ୍ସବ ପାଇଁ ଆଜି ବୀର ସୁରେନ୍ଦ୍ର ସାଏ ଷ୍ଟାଡିଅମ ରେ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ମିଳିଥିବା ସୂଚନା ଅନୁସାରେ ଆଜି ଦିନ ପ୍ରାୟ 11ଟା ସମୟରେ ସମ୍ବଲପୁର ଲୋକ ମୋହତ୍ସବ 2026 ପାଇଁ ଲୋକ ମୋହତ୍ସବ କମିଟି ପକ୍ଷରୁ ଆଜି ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଏହି ପ୍ରତିଯୋଗିତା କୁ ଡେପୁଟି କମିଶନର ଉଦଘାଟନ କରିଥିଲେ l ଯେଉଁ ଚିତ୍ର ଶିଳ୍ପୀ ମାନଙ୍କ ଚିତ୍ର କଳା ଭଲ ହୋଇଥିବ ସେମାନଙ୍କ ଚିତ୍ର କୁ ଲୋକ ମୋହତ୍ସବ ରେ ସ୍ଥାନ ଦିଆଯିବ ବୋଲି ଆୟୋଜକ ମାନେ କହିଛନ୍ତି l