ଝାରସୁଗୁଡା ବୃନ୍ଦାବନ କଲୋନୀ ଅଂଚଳ ଗସ୍ତ କଲେ ଝାରସୁଗୁଡା ଜିଲ୍ଲାପାଳ l ସହରାଞ୍ଚଳର ନିମ୍ନ ଆୟ ବର୍ଗ ଏବଂ ମଧ୍ୟମ ଆୟ ବର୍ଗ ଗୋଷ୍ଠୀର ଆବେଦନକାରୀଙ୍କୁ ସୁଲଭ ଦରରେ ବାସଗୃହ ଯୋଗାଇ ଦେବା ଲକ୍ଷ୍ୟରେ, ଜିଲ୍ଲାପାଳ କୁଣାଲ ମୋତିରାମ ଚୌହ୍ଵାନ ଆଜି ଅପରାହ୍ନ ୪ ଟା ରୁ ୫ ଟା ଯାଏଁ ଝାରସୁଗୁଡ଼ା ନିକଟସ୍ଥ ନୂଆପଡ଼ାର ବୃନ୍ଦାବନ କଲୋନୀ ଅଞ୍ଚଳକୁ ଗସ୍ତ କରିଛନ୍ତି l ସୁଲଭ ଗୃହ ପ୍ରକଳ୍ପ ପାଇଁ ଉପଯୁକ୍ତ ସରକାରୀ ଜମି ଚିହ୍ନଟ କରିବା ନିମନ୍ତେ ଜିଲ୍ଲାପାଳଙ୍କ ଏହି ଗସ୍ତ ସମୟରେ ଝାରସୁଗୁଡ଼ା ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସମେତ ବରିଷ୍ଠ ବିଭାଗୀୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହି