କୋଟପାଡ: ବିସିଂପୁର ଠାରେ ଭାଲୁ ଆକ୍ରମଣ ରେ ଜଣେ ବୃଦ୍ଧାଙ୍କ ମୃତ।
Kotpad, Koraput | Oct 14, 2025 ଭାଲୁ ଆକ୍ରମଣ ରେ ଜଣେ ବୃଦ୍ଧାଙ୍କ ମୃତ। ଏଭଳି ଅଭବନୀୟ ଘଟଣା ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ବିସିଂପୁର ଠାରେ ଘଟିଛି l ମୃତକ ସତୁରି ବର୍ଷୀୟ ମିଟିକି ଅମନାତ୍ୟ ବୋଲି ଜଣା ପଡିଛି l ସୂଚନା ଅନୁଯାଇ,ବିସିଂପୁର ଗାଁ ର ପାଞ୍ଚ ଜଣ ମହିଳା ଆଜି ଭୋର ସକାଳୁ ସକାଳୁ ଶିଆଳି ପତ୍ର ସଂଗ୍ରହ କରିବା ପାଇଁ ନିକଟରେ ଥିବା ଏକ ଜଙ୍ଗଲକୁ ଯାଉଥିବା ସମୟରେ ହଠାତ ମୁଖ୍ୟ ରାସ୍ତା ଉପରେ ଭାଲୁ ଆକ୍ରମଣର ଶିକାର ହେଲେ ବୃଦ୍ଧା l ଫଳରେ ଅନ୍ୟ ମହିଳା ମାନେ ଘଟଣା ସ୍ଥଳରୁ ଦୌଡ଼ି ପଳେଇ ଥିଲେ କିନ୍ତୁ ବୃଦ୍ଧା ମିଟିକି ଅମନାତ ଙ୍କ ମୃତ୍ୟୁ ଘଟିଛି l