କୃଷ୍ଣଗୁଡାରେ ୫ ବର୍ଷର ଶିଶୁକୁ ନିର୍ମମ ହତ୍ୟା, ସନ୍ଦେହରେ ଜଣେ ନାବାଳକ ଅଟକ, ପରିତ୍ୟକ୍ତ ବଖରାରେ ୫ ବର୍ଷର ଶିଶୁକୁ ନିର୍ମମ ହତ୍ୟା । ଶିଶୁର ତଣ୍ଟିରେ କଳାଦାଗ ରହିଥିବା ବେଳେ ତା ଶବ ନିକଟରେ ଏକ କଟୁରୀ ପଡିଛି । ହତ୍ୟା ଅଭିଯୋଗ ଆସିଥିବା ଜଣେ ୧୪ ବର୍ଷର ନାବାଳକ ଘର ଭିତରେ ପଶି ଭିତର ପଟରୁ କବାଟ ବନ୍ଦ କରି ଲୁଚିଥିଲା। ଏହି ଘଟଣା ନେଇ ଗାଁରେ ଉତ୍ତୋଜନ ସୃଷ୍ଟି ହୋଇଥିଲା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପାପଡାହାଣ୍ଡି ଥାନା ତେନ୍ତୁଳିଖୁଣ୍ଟ ବୃକର କୃଷ୍ଣଗୁଡା ଗାଁରେ। ମୃତ ୫ ବର୍ଷର ଶିଶୁର ନାଁ ମଜେଶ୍ ମହୁରିଆ।