ଝାରସୁଗୁଡା ଡିଏଭି ପବ୍ଲିକ୍ ସ୍କୁଲ ପରିସରରେ ରାଷ୍ଟ୍ରୀୟ ଯୁବ ଦିବସ ଆଜି ଦିନ ସାଢେ ବାରଟା ସମୟରେ ଉତ୍ସାହର ସହିତ ପାଳିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ଦେବତାଙ୍କ ନେତୃତ୍ୱରେ ଆୟୋଜିତ ରାଷ୍ଟ୍ରୀୟ ଯୁବ ଦିବସ ପାଳନ ଅବସରରେ ସ୍ବାମୀ ବିବେକାନନ୍ଦଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଓ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନପୂର୍ବକ ତାଙ୍କ ସ୍ମୃତିଚାରଣ କରାଯାଇଥିଲା । ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ଶକ୍ତିର ବିକାଶ ଓ ଯୁବ ଶକ୍ତିର ଉଜ୍ଜୀବତା ପାଇଁ ବିଦ୍ୟାଳୟର ସହସ୍ରାଧିକ ଛାତ୍ରଛାତ୍ରୀ ୧୫୦ ତମ ବନ୍ଦେ ମାତରମର 'ବନ୍ଦେ ମାତରମ' ର ଏକ ଭବ୍ୟ ସଂରଚନା କରିଥିଲେ