ରାଉରକେଲା ମ୍ୟୁନିସିପାଲଟି: ରାଉରକେଲା ପୋଲିସ୍ ପକ୍ଷରୁ ରିଜର୍ଭ ପୋଲିସ ସମ୍ମିଳନୀ କକ୍ଷରେ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ
ରାଉରକେଲା ପୋଲିସ୍ ଜିଲ୍ଲା ତରଫରୁ ମଂଗଳବାର ପୂର୍ବାହ୍ନରେ ସାଢେ ଏକ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ରାଉରକେଲା ପୋଲିସ୍ ପକ୍ଷରୁ ରିଜର୍ଭ ପୋଲିସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଉକ୍ତ ରକ୍ତଦାନ ଶିବିରରେ ଏସପି ଯୋଗଦେଇ ଉଦଘାଟନ କରିଥିଲେ। ଏହି ରକ୍ତଦାନ ଶିବିରରେ ଜିଲ୍ଲା ପୋଲିସର ବହୁ ଅଧିକାରୀ, କର୍ମଚାରୀଙ୍କ ସମେତ ଜବାନ ମାନେ ଉସ୍ଛାହର ସହ ରକ୍ତଦାନ କରିଥିଲେ। ଏନେଇ ପ୍ରତିକ୍ରିୟା ରଖିଛନ୍ତି ରାଉରକେଲା ଏସପି।