ବୌଦ୍ଧ ସଦର: ଜିଲ୍ଲା ମୁଖ୍ୟ ଡାକ୍ତରଖାନାରୁ ବିଶ୍ବ ଏଡସ ଦିବସ ଅବସରରେ ଗଣ ପଦଯାତ୍ରା
ସୋମବାର ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରୁ ବିଶ୍ବ ଏଡସ ଦିବସ ଅବସରରେ ଏକ ଗଣ ପଦଯାତ୍ର ଶୁଭାରମ୍ଭ ହୋଇ ଯାଇଛି | ଜିଲ୍ଲା ମୁଖ୍ୟ ଚିକିତ୍ସl ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ସଂଘମିତ୍ରା ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପଦଯାତ୍ରାର ଶୁଭାରମ୍ଭ କରିଥିଲେ | ଉକ୍ତ କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ବିଭାଗର ଅନ୍ୟ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ l ସହରର ବିଭିନ୍ନ ବିଦ୍ୟାଳୟ ଓ ମହା ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ପଦଯାତ୍ରାରେ ଯୋଗ ଦେଇ ସହର ପରିକ୍ରମା କରିଥିଲେ |