ସମ୍ବଲପୁର ମ୍ୟୁନିସିପାଲଟି: ଛଚାନପାଲି ରେ ସଡ଼କ ଦୁର୍ଘଟଣା, ଦୁଇ ମହିଳା ଆହତ
ଛଚାନପାଲି ରେ ସଡ଼କ ଦୁର୍ଘଟଣା, ଦୁଇ ମହିଳା ଆହତ l ମିଳିଥିବା ସୂଚନା ଅନୁସାରେ ଆଜି ରାତି ପ୍ରାୟ 8 ଟା ରେ ଗୋଟିଏ ବାଇକ ରେ ଦୁଇ ଜଣ ମହିଳା ଡକରା ଅଞ୍ଚଳକୁ ଆସୁଥିଲେ l ଛଚାନପାଲି ନିକଟରେ ବାଇକ ଟିକୁ ପଛ ପଟେ ଆଉ ଏକ ବାଇକ ଧକ୍କା ଦେଇଥିଲା l ଯାହାଫଳରେ ଦୁଇ ମହିଳା ରାସ୍ତାରେ ଛିଟିକି ପଡ଼ିଥିଲେ l ସ୍ଥାନୀୟ ଲୋକେ ଉଭୟ ମହିଳାଙ୍କୁ ଉଦ୍ଧାର କରି ମେଡିକାଲ କୁ ପଠାଇଥିଲେ l ସେପଟେ ଘଟଣାସ୍ଥଳକୁ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି