ଧରାକୋଟ: ବ୍ଲକ କାର୍ଯ୍ୟାଳୟ ଏବଂ ଥାନା ସମେତ ବିଭିନ୍ନ ସ୍ଥାନରେ ରାଷ୍ଟ୍ରୀୟ ସଂଗୀତ ବନ୍ଦେ ମାତରମ୍ ଗାନ କାର୍ଯ୍ୟକ୍ରମ
ମହାନ ବିପ୍ଳବୀ କବି ବଙ୍ଗଳାର ବ°କିମ ଚନ୍ଦ୍ର ଚର୍ଚ୍ଚୋପାଧ୍ୟାୟଙ୍କ ରଚିତ ରାଷ୍ଟ୍ରୀୟ ଗୀତ “ବନ୍ଦେ ମାତରମ୍” କବିତାର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ସମଗ୍ର ଦେଶରେ କେନ୍ଦ୍ର ଏଵଂ ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ସରକାରୀ, ବେସରକାରୀ କାର୍ଯ୍ୟାଳୟ ଶିକ୍ଷାନୁଷ୍ଠାନ ଗୁଡିକରେ କବିଙ୍କ ସ୍ମରଣେ ଏହି ସଂଗୀତ ଗାନ କରାଯାଇଥିବା ବେଳେ ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ କାର୍ଯ୍ୟାଳୟ ଓ ଥାନା ପରିସର ସମେତ ବିଭିନ୍ନ ସ୍ଥାନରେ ସଂଗୀତ ଗାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।