ଝାରସୁଗୁଡା: ଝାରସୁଗୁଡା ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଳିତ ହେଲା ଦୀପାବଳି ଉତ୍ସବ
ଝାରସୁଗୁଡା ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଳିତ ହେଲା ଦୀପାବଳି ଉତ୍ସବ l ଆଜି ସନ୍ଧ୍ୟା ୭ ଟା ରୁ ଗାଁ ଠୁ ସହର ଅନ୍ଧାର ଉପରେ ଆଲୋକର ବିଜୟ, ଅଧର୍ମ ଉପରେ ଧର୍ମର ବିଜୟ ର ବାର୍ତା ଦେଇ ଦୀପାବଳି ପର୍ବ ପାଳନ କରିଛନ୍ତି ଝାରସୁଗୁଡାବାସୀ l ବିଶେଷ କରି ଛୋଟ ଛୁଆମାନେ ବିଭିନ୍ନ ରଙ୍ଗ ବେରଙ୍ଗ ର ବାଣ ଫୁଟାଇ, ଝିରି ଝିରି ଆଦି ଜଳାଇ ହସଖୁସି ରେ ଦୀପାବଳି ଉତ୍ସବ ପାଳନ କରିଛନ୍ତି l ସରକାରଙ୍କ ନିୟମ ଅନୁସାରେ ନିର୍ଧାରିତ ସମୟରେ ସବୁଜ ବାଣ ଫୁଟାଇ କ୍ଲିନ ଝାରସୁଗୁଡା ଗ୍ରିନ ଝାରସୁଗୁଡାର ବାର୍ତା ଦେଇଛନ୍ତି ଝାରସୁଗୁଡାବାସୀ l