ଲାଞ୍ଜିଗଡ: ଜୟପାଟଣା ବ୍ଲକ ଖଲିଭଟା ପଞ୍ଚାୟତ ଠାରେ ଆୟୋଜିତ ଜନ ଅଭିଯୋଗ ଶୁଣାଣୀ ଏବଂ ସମାଧାନ ଶିବିରରେ ଯୋଗଦେଲେ ବିଡ଼ଓ
ସୋମବାର ଜୟପାଟଣା ବ୍ଲକ ଅନ୍ତର୍ଗତ ଖଲିଆଭଟା ପଞ୍ଚାୟତ ଠାରେ ଜନ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର ଅନୁଷ୍ଠିତ ହେଇଯାଇଛି। ସରପଞ୍ଚ ଶ୍ରୀମତୀ ପୁଝାରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣୀ ଏବଂ ସମାଧାନ ଶିବିରରେ ବିଡ଼ିଓ ଧର୍ମରାଜ ମାଝୀ ଯୋଗ ଦେଇଥିଲେ। ରାସ୍ତା ମରାମତି, ବିଦ୍ୟାଳୟ କୋଠା ନିର୍ମାଣ ଭଳି ସାମୂହିକ ସମସ୍ୟାର ସମାଧାନ ସମେତ ଆବାସ ଯୋଜନା, ଖାଦ୍ୟ ସୁରକ୍ଷା ଯୋଜନା, ସାମାଜିକ ସୁରକ୍ଷା ଯୋଜନା, ସାମାଜିକ ସୁରକ୍ଷା ଯୋଜନା ଭଳି ସରକାରୀ ଯୋଜନାରେ ସାମିଲ ହେବା ନେଇ ବିଡ଼ିଓ ଶ୍ରୀ ମାଝୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ହିତାଧିକାରୀ ।