ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ସାର ଅଭାବକୁ ନେଇ ବିଧାନସଭା ଘେରାଓ କଲାପ୍ରଦେଶ କିସାନ କଂଗ୍ରେସ
ସାର ଅଭାବକୁ ନେଇ ବିଧାନସଭା ଘେରାଓ କଲାପ୍ରଦେଶ କିସାନ କଂଗ୍ରେସ | ଦୀର୍ଘ ୨ ମାସରୁ ଅଧୂକ ଦିନ ହେବ ତମାମ ରାଜ୍ୟର ଚାଷୀକୂଳ ସାର ଅଭାବରେ ଛଟପଟ ହେଉଛି। ବର୍ତ୍ତମାନ ବିଧାନସଭା ଚାଲିଥିଲେ ବି ସରକାର ନିର୍ଦ୍ଦିଷ୍ଟ ଭାବରେ ସାର ଯୋଗାଣ ସମ୍ପର୍କରେ କିଛି ଠୋସ ନିଷ୍ପରି ନେଇପାରି ନାହାନ୍ତି । ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ଆହ୍ବାନକ୍ରମେ ପ୍ରଦେଶ କିଷାନ କଂଗ୍ରେସ ଏଭଳି ଏକ ଚାଷୀ ବିରୋଧ ସରକାରର ଉଦାସୀନତା ପ୍ରତିବାଦରେ ଆଜି 1.34ରେ ବିଧାନସଭା ଘେରାଉ କରିଛି | ରେଳ ଷ୍ଟେସନରୁ ବାହାରି ଲୋୟର ପିଏମଜି ଅଭିମୁଖେ ବାହାରିଥିଲା ରାଲି ।