ସମ୍ୱଲପୁରର ମାଁ ଲିମସରିଏନ୍ ଯୁବକ ସଂଘର ୧୫ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି । ସମ୍ୱଲପୁରର ପବ୍ଲିକ ଲାଇବ୍ରେରିରେ ଅନୁଷ୍ଠିତ ସଭାରେ ଶିକ୍ଷାବିତ ରାଜେନ୍ଦ୍ର ପଣ୍ଡା ଅତିଥି ଭାବେ ଯୋଗ ଦେଇ ଜୀବନରେ ଅସଫଳତା ବୋଲି କିଛି ନାହିଁ । ଅସଫଳତା ହେଉଛି, ତ୍ରୁଟି ସୁଧାରିବାର ଏକ ସୁଯୋଗ ଏବଂ ଏହା ହିଁ ଆଗକୁ ବଢ଼ିବା ପାଇଁ ଉଚିତ ଶିକ୍ଷା ଦେଇଥାଏ ବୋଲି ଶ୍ରୀ ପଣ୍ଡା କହିଥିଲେ । ସଂଘ ସଭାପତି ଅମିତ ସ୍ୱାଇଁ ସଭାପତିତ୍ୱ କରି ଏକତା ହିଁ ଶକ୍ତି ବୋଲି ସେ କହିଥିଲେ । ନାରାୟଣ ରାଉତ, ସଭା ପରିଚାଳନା କରିଥିବା ବେଳେ ଅସୀମ ପତି ଧନ୍ୟବାଦ ଦେଇଥିଲେ । ସଭାରେ ବିଶ୍ୱଜିତ ଦାଶ, ବିଭୁତି ବେହେରା, ଅଂଶୁମ