ଚୋରକୁ ଛାଡ଼ି ସରପଞ୍ଚଙ୍କୁ ଅଟକ ଘଟଣାକୁ ନେଇ ବଲାଙ୍ଗିର ସଦର ଥାନାରେ ଭୟଙ୍କର ଉତ୍ତେଜନା। କୁସମେଲ ଗାଁର ପମ୍ପ ହାଉସ ଚୋରି ମାମଲାରେ ପ୍ରଥମେ ଗିରଫ ହୋଇଥିବା ଚୋରକୁ ଛାଡ଼ି ଦେଇଥିବା ଅଭିଯୋଗ ପରେ ସରପଞ୍ଚଙ୍କୁ ପୋଲିସ ଅଟକ ରଖିଥିଲା। ଏଥିରେ କ୍ଷୁବ୍ଧ ଗ୍ରାମବାସୀ ସଦର ଥାନା ଘେରାଉ ସହ ରାସ୍ତା ଅବରୋଧ କରିଥିଲେ। ପରେ ଶତାଧିକ ଲୋକ SP ଅଫିସ୍ ଘେରାଉ କରିଥିଲେ। ଅତିରିକ୍ତ SP ନ୍ୟାୟସଙ୍ଗତ ତଦନ୍ତର ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ଶାନ୍ତ ହୋଇଛି।