ଆସନ୍ତା ରବିବାର ଓଡିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଘଟଗାଁ ସ୍ଥିତ ମା' ତାରିଣୀଙ୍କ ପୀଠ ର ଉନ୍ନତିକରଣ ର ଭୁମିପୂଜନ ଏବଂ ଭିତ୍ତିପ୍ରସ୍ତ ସ୍ଥାପନ କରିବେ। ୩୫୦ କୋଟି ଟଙ୍କା ବ୍ୟୟ ରେ ଏହି ମନ୍ଦିର ଉନ୍ନତିକରଣ ପ୍ରକଳ୍ପ ଭୂମିପୂଜନ ଉତ୍ସବ ରେ ସମସ୍ତ ବିଧାୟକ,ସାଂସଦ,ଜନପ୍ରତିନିଧିଙ୍କ ସହିତ ୩୦ ହଜାର ରୁ ଉର୍ଧ୍ଵ ମା'ଙ୍କ ଭକ୍ତ ତଥା ଜନସାଧାରଣ ଉପସ୍ଥିତ ରହିବେ ବୋଲି ଜିଲ୍ଲା ସଭାପତି ଶୁକଦେବ ମହାନ୍ତ ସୂଚନା ଦେଇଛନ୍ତି।