ଚାଷ ଆଉ ଚାଷୀ ମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ଆଜି ଝାରସୁଗୁଡା ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କଲା ଝାରସୁଗୁଡା ଜିଲ୍ଲା କିଷାନ କଂଗ୍ରେସ l କଟନୀ ଛଟନୀ ବନ୍ଦ, ଚାଷୀ ମାନଂକୁ ଭତ୍ତା ପ୍ରଦାନ, ଚାଷୀ ପରିବାରକୁ ସ୍ୱାସ୍ଥ୍ୟ ବୀମା ଭୁକ୍ତ କରାଯାଉ ବୋଲି ଦାବି କରି ଝାରସୁଗୁଡା ଜିଲ୍ଲା କିଷାନ କଂଗ୍ରେସ ପକ୍ଷରୁ ଆଜି ଅପରାହ୍ନ ୧ ଟା ରୁ ୨ ଟା ୩୦ ଯାଏଁ ବିକ୍ଷୋଭ କରାଯିବା ସହ ଜିଲ୍ଲାପାଳ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କ ନିକଟକୁ ଏକ ଦାବିପତ୍ର ପଠାଯାଇଛି l