କଟକ ପୌରାଞ୍ଚଳ: ବକ୍ସି ବଜାର ସ୍ଥିତ କାର୍ଯ୍ୟାଳୟରେ କେନ୍ଦ୍ରାଞ୍ଚଳ ଡିଆଇଜିଙ୍କ ସମୀକ୍ଷା ବୈଠକ, ଯୋଗ ଦେଲେ କଟକ ସହ ଅନେକ ଜିଲ୍ଲାର ଏସପି
କଟକ ବକ୍ସି ବଜାର ସ୍ଥିତ କେନ୍ଦ୍ରାଞ୍ଚଳ ଡିଆଇଜିଙ୍କ କାର୍ଯ୍ୟାଳୟରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ନୂତନ ଭାବେ କେନ୍ଦ୍ରାଞ୍ଚଳ ଡିଆଇଜି ଭାବେ ଯୋଗ ଦେଇଥିବା ସତ୍ୟଜିତ ନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ମଙ୍ଗଳବାର ଦିନ ୩.୩୦ ମିନିଟ ସମୟରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ କଟକ କେନ୍ଦ୍ରାଞ୍ଚଳ ୭ ଟି ପୋଲିସ ଜିଲ୍ଲାର ଏସପି ଯୋଗ ଦେଇଥିଲେ। ଏହି ବୈଠକରେ ଆଇନ ଶୃଙ୍ଖଳା ସହ ଅନେକ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରାଯାଇଛି।