ରାଜ୍ୟ ସ୍ତରୀୟ ଚଷା ମହାସମାବେଶ ଆସନ୍ତା ୨୮ ତାରିଖ ଅନୁଗୁଳ ଜିଲ୍ଲା ବାମୁର ଠାରେ ମହାସମାରୋହରେ ଅନୁଷ୍ଠିତ ହେବ । ଉକ୍ତ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ସାମିଲ ହେବା ସହିତ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଦେବଗଡ ଜିଲ୍ଲା ଚଷା ସମାଜ ପକ୍ଷରୁ ରିଆମାଳ କଲ୍ୟାଣ ମଣ୍ଡପ ଠାରେ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଷା ସମାଜର ନେତା ପ୍ରମୋଦ କୁମାର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ମୁଖ୍ୟ ଅତିଥି ଭାବେ ଦେବଗଡ ବିଧାୟକ ରୋମାଂଚ ରଞ୍ଜନ ବିଶ୍ୱାଳ ଯୋଗ ଦେଇଥିଲେ।