ସମ୍ବଲପୁର ମ୍ୟୁନିସିପାଲଟି: ସମ୍ବଲପୁର ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ୱାରସ୍ଥ ହେଲେ ଧନକଉଡ଼ା ଅଞ୍ଚଳର କିଛି ଏସଏଚଜି ମହିଳା
ସମ୍ବଲପୁର ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ଧନକଉଡ଼ା ଅଞ୍ଚଳର କିଛି ଏସଏଚଜି ମହିଳା ହେଲେ ଦ୍ୱାରସ୍ଥ l ମିଳିଥିବା ସୂଚନା ଅନୁସାରେ ଆଜି ଦିନ ପ୍ରାୟ 1 ଟା ସମୟରେ ଧନକଉଡ଼ା ବାଣୀ ବନ୍ଧର ମୁକ୍ତା ଯୋଜନାରେ କିଛି ଏସଏଚଜି ଏହାର ପୁନଃରୁଦ୍ଧାର କାର୍ଯ୍ୟ କରିଥିଲେ l ତେବେ ଏହି କାର୍ଯ୍ୟକୁ ଦୁଇ ବର୍ଷ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏସଏଚଜି ମାନଙ୍କୁ ତାଙ୍କ ଟଙ୍କା ମିଳି ପାରିନାହିଁ l ଯାହାକୁ ନେଇ ଆଜି ଜ଼ିଲ୍ଲାପାଙ୍କ ନିକଟକୁ ଆସି ଅଭିଯୋଗ କରିଛନ୍ତି l ସେପଟେ 7 ଦିନ ମଧ୍ଯରେ ଟଙ୍କା ନମିଳିଲେ ଆଗକୁ ରାସ୍ତାରୋକ କରିବେ ବୋଲି କହିଛନ୍ତି l