ନୂଆଗାଁ ବ୍ଲକର ଜାହାଡିଟୋଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ପଣ୍ଡୁଆ ଗ୍ରାମରେ ଦିନିକିଆ ଦକ୍ଷତା ବିକାଶ କର୍ମଶାଳ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜାହାରିଟୋଲି ଗ୍ରାମ ପଞ୍ଚାୟତ ସରପଞ୍ଚ ନାନକି କୁଜୁର ଯୋଗ ଦେଇ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଚାଷୀମାନେ ବୈଜ୍ଞାନିକ କୌଶଳ ମାଧ୍ୟମରେ କିଭଳି ଚାଷ କରି ଅର୍ଥିକ ସ୍ଥିତିକୁ ସୁଦୃଢ କରାଯାଇପାରିବ ଆଲୋଚନା କରାଯାଇଥିଲା।