ନର୍ଲା: କର୍ଲାମୁଣ୍ଡା ସ୍ଥିତ ଆତ୍ମା କାର୍ଯ୍ୟାଳୟ ଠାରେ ସଚେତନ ପାଇଁ ଗଡ଼ିଲା ମାଣ୍ଡିଆ ରଥ
କର୍ଲାମୁଣ୍ଡା ବ୍ଲକ ର ବିଭିନ୍ନ ଗାଁ ରେ ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ସହାୟତା ରେ ସୋମବାର ମାଣ୍ଡିଆ ସଚେତନ ରଥ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ବ୍ଲକ ସଦର ଆତ୍ମା କାର୍ଯ୍ୟାଳୟ ପରିସର ରେ ରଥ ଟିକୁ ବ୍ଲକ କୃଷି ଅଧିକାରୀ ଜିତେନ୍ଦ୍ର କୁମାର ସିଂ ଉଦଘାଟନ କରିଥିଲେ।ଏଥିରେ ଇଣ୍ଡୋ ଗ୍ଲୋବାଲ ସୋସିଆଲ ସର୍ଭିସ ଷୋସାଇଟି ତଥା ଶ୍ରୀ ଅନ୍ନ ଅଭିଯାନ ପ୍ରକଳ୍ପ ର ବ୍ଲକ କାର୍ଯ୍ୟକ୍ରମ ସଂଯୋଜକ ଜଗଦୀଶ ପ୍ରସାଦ ରଣା, ଏବିପିସି ପ୍ରଦୀପ ସାହୁ,ସିଇଓ ଟଙ୍କଧର ନାଏକ,ଗ୍ରାମ୍ୟ କୃଷି କର୍ମି ସୁରଜ ଶେଖର ସାହୁ,ଲୋକ ନାଥ ନାଗ ପ୍ରମୁଖ ଉପସ୍ଥିତ ଥିଲେ।