କୁଚିଣ୍ଡା ଠାରେ ଜେଲ ର ଅନ୍ତେବାସୀଙ୍କୁ ଆନ୍ତର୍ଜାତୀୟ ମାନବାଧିକାର ରକ୍ଷକ ପକ୍ଷରୁ କମ୍ବଳ ବଣ୍ଟନ କରାଯାଇଥିବା ଜଣାପଡିଛି। ସୂଚନା ଅନୁସାରେ ସମ୍ବଲପୁର ରେଞ୍ଜ ଡିଆଇଜି ଗରିବ ସାହୁ ମଙ୍ଗଳବାର ଦିନ କୁଚିଣ୍ଡା ସବ ଜେଲ ପରିଦର୍ଶନରେ ଆସିଥିବା ସମୟରେ, ଆନ୍ତର୍ଜାତୀୟ ମାନବାଧିକାର ରକ୍ଷକ ର ସଦସ୍ୟ ମାନେ ତାଙ୍କ ଉପସ୍ଥିତିରେ ଜେଲ ଅନ୍ତେବାସୀ ଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା। ଏହି ସମୟରେ କୁଚିଣ୍ଡା ସବ ଜେଲ ଅଧିକ୍ଷକ ଚିନ୍ମୟ ପାତ୍ର ସମେତ ମାନବାଧିକାର ରକ୍ଷକ ସଙ୍ଗଠନ ର ସଦସ୍ୟ ମାନେ ଉପସ୍ଥିତ ରହିଥିଲେ।